ଲକ୍‌ଡାଉନ୍‌: ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ର ୧୦୦ ଯୁବତୀ: ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ସୁନ୍ଦରଗଡ଼,୪ା୫(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ ଜିଲାର ୧୦୦ଜଣ ଯୁବତୀ। ଏହି ଯୁବତୀମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଘରକୁ ଫେରାଇ ନେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ରପ୍ରଦେଶର ନେଲୋର ଜିଲାସ୍ଥିତ ରାଇଜିଂ ଇଣ୍ଡିଆନ ପ୍ରାଇଭେଟ୍‌ ଲିମିଟେଡ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ମାତ୍ର କରୋନା ଭାଇରସ୍‌ ଯୋଗୁ ଲକ୍‌ଡାଉନ୍‌ରେ ସେମାନେ ସେଠାରେ ଫସି ଯାଇଛନ୍ତି। ସେଠାରେ ସେମାନଙ୍କର ରହିବା ଖାଇବାରେ ଅସୁବିଧା ହେଉଥିବା ଏହି ଭିଡିଓ ବାର୍ତ୍ତାରେ ଜଣାଇଛନ୍ତିି । ଫସି ରହିଥିବା ଏହି ଯୁବତୀଙ୍କ ମଧ୍ୟରୁ ଟିକି ଧୁରୁଆ ଭିଡିଓ ବାର୍ତ୍ତାରେ ଦେଇଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ନେଲୋର ଜିଲା ଆକାମପେଟା ଭିଲେଜସ୍ଥିତ କେଭିଭି ଶ୍ରୀସିଟି କାଉନସିଲ ଲେଆଉଟ ପ୍ଲଟରେ ଏହି ଯୁବତୀମାନେ ଲକ୍‌ଡାଉନ୍‌ରେ ଫସିଥିବା କହିଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର,ଝାରସୁଗୁଡା ଓ ବରଗଡ଼ ଜିଲାର ଯୁବତୀ ରହିଛନ୍ତି।