ଲକ୍‌ଡାଉନ୍‌ ଊଲ୍ଲଂଘନ: ୪ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢ଼ିବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସେଥିଲାଗି ପ୍ରଶାସନ ଆଇନକୁ କଡ଼ାକଡି କରିଛନ୍ତି। ହେଲେ କେତେକ ଅମାନିଆ ଲୋକ ଏହି ନିୟମକୁ ମାନୁ ନାହାନ୍ତି। ଭଣ୍ଡାରିପୋଖରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ପ୍ରଶାସନ ଦେଇଥିବା ନିର୍ଦ୍ଦିଷ୍ଟ ସମୟ ସୀମା ପରେ ଦୋକାନ ଖୋଲିବା ଅଭିଯୋଗରେ ପୋଲିସ ୪ଜଣ ଦୋକାନୀଙ୍କୁ ଗିରଫ କରିଛି। କୋରକରା ,ମଞ୍ଜୁରୀ, କୁମ୍ଭାରିଆ ଅଞ୍ଚଳର ୪ ଜଣଙ୍କ ନାମରେ ପୋଲିସ ଏକ ମାମଲା (ନଂ.୮୪/୨୦) ରୁଜୁ କରିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।

Share