ଲକ୍‌ଡାଉନ୍‌ କଟକଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫୁ: ଆଡ଼ମ୍ବରରେ କଲେ ପୁଅର ବିବାହ

ବେଙ୍ଗାଲୁରୁ,୧୭।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ବନାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅପିଲ୍‌ ମଧ୍ୟ କରାଯାଉଛି। ହେଲେ ଏହାକୁ ସାଧାରଣ ଜନତା ତ ଛାଡ଼ ରାଜନେତା ମଧ୍ୟ ମାନୁ ନ ଥିବା ଦେଖିବାକୁ ମିଳିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହ ଆଡ଼ମ୍ବରରେ ପୁଅର ବିବାହ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ରାମନଗର ଜିଲାରେ ଥିବା ଫାର୍ମ ହାଉସ୍‌ରେ କୁମାରସ୍ବାମୀ ପୁଅ ନିଖିଲ ଓ ରେବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖାଯାଇଥିବା ବେଳେ ଏଥିରେ ପରିବାରର ମାତ୍ର ୭୦ଜଣ ସାମିଲ ହେବେ ବୋଲି ଜିଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। ବିବାହ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ହୋଇଥିଲା। ଏହି ସମୟରେ ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖାଯାଇ ଅତିଥିଙ୍କ ବସିବା ପାଇଁ ଚେୟାରର ଆୟୋଜନ କରାଯାଇଥିଲା।

କିନ୍ତୁ ଠିକ୍‌ ମଙ୍ଗଳସୂତ୍ର ପିନ୍ଧାଇବା ସମୟରେ ଅର୍ଥାତ୍‌ ପରିବାରର ସମସ୍ତ ଲୋକ ବର କନ୍ୟାଙ୍କୁ ଘେରିଯାଇଥିଲେ। ପ୍ରାୟ ୧ଘଣ୍ଟା ଧରି ସେମାନେ ବର କନ୍ୟାଙ୍କୁ ଘେରି ରହିଥିବା ନଜର ଆସିଛି। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ମୁତାବକ ପୁର୍ବରୁ କୁମାରସ୍ବାମୀଙ୍କୁ ଏହି ବିବାହ ସ୍ଥଗିତ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ଜ୍ୟୋତିଷଙ୍କ କଥା ମାନି ଲକ୍‌ଡାଉନ୍‌ ଓ କରୋନା ସଙ୍କଟ ମଧ୍ୟରେ ଆଡ଼ମ୍ବରରେ ପୁଅ ନିଖିଲର ବିବାହ କରାଇଥିଲେ। ଅପରପକ୍ଷେ ଏହି ବିବାହ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ପୋଲିସ ନଜର ରଖିବା ସହ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୂର୍ବରୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଥିଲେ। ଲକ୍‌ଡାଉନ୍‌ ସମୟରେ ଏଭଳି କେତେକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଭିଡିଓ କନ୍‌ଫରେନ୍ସିଂରେ ଯୁବକ ଯୁବତୀ ବିବାହ କରୁଥିବା ଦେଖିବାକୁ ମିଳିଛି। ହେଲେ ରାଜନେତାଙ୍କ ଏହି ସାହି ବିବାହ ଆୟୋଜନ ସବୁ ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

ସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ନୂଆଦିଲ୍ଲୀ,୧୫ା୧୧: ସ୍ତ୍ରୀ’କୁ ଅମାନୁଷିକ ମାଡ଼ ମାରୁଥିଲେ ବ୍ୟକ୍ତି, ଝଗଡା ସମାଧାନ କରିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧା। ବୁଧବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି...

ଝାଡଖଣ୍ଡରୁ ଫେରୁଥିଲେ ମୋଦି, ହଠାତ୍‌ ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି

ରାଞ୍ଚି,୧୫।୧୧: ନିର୍ବାଚନ ରାଲି ପାଇଁ ଝାଡଖଣ୍ଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସେଠାରୁ ଫେରିବାବେଳେ ତାଙ୍କ ସ୍ବତନ୍ତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି କାରଣରୁ...

ଝାଡ଼ଖଣ୍ଡରେ ଅଟକା ଗଲା ରାହୁଲ ଗାନ୍ଧୀଙ୍କ ବିମାନ, କାରଣ ଜାଣିଲେ…

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଶୁକ୍ରବାର ଅଟକାଇ ଦିଆଯାଇଛି। କୁହାଯାଉଛି ଯେ କ୍ଲିୟରାନ୍ସ ଅଭାବରୁ...

ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି...

ଟ୍ରେଣ୍ଡ୍‌ରେ ମୋଦି: ଏହି ଦେଶ ଦେବ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାରବିଆନ୍‌ ଦେଶ ଡୋମିନିକା ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବ ବୋଲି ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri