ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍ଡାଉନ୍ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଅର୍ଥ ମଧ୍ୟ ନୁହେଁ ‘ଅଲ୍ କ୍ଲିୟର’। ଯୁଦ୍ଧ ସମୟରେ ଶତ୍ରୁର ଆଶଙ୍କା ଚାଲିଯିବା ପରେ ସାଇରନ୍ ବଜାଇ ସମସ୍ତଙ୍କୁ ଅଲ୍ କ୍ଲିୟର ବା ସବୁଠିକ୍ ସୂଚନା ଦିଆଯାଇଥାଏ। ହେଲେ ଏବେ ଲକ୍ଡାଉନ୍ କୋହଳକୁ ଅଲ୍ କ୍ଲିୟର ଭାବିଲେ ବିପଦକୁ ଡାକି ଆଣିବା ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରକଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ସୂଚନା ଦେଇ କହିଛନ୍ତି ।