ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ ମଣିଲେ। ଏହାକୁ ନେଇ ପ୍ରେମିକ ରକି ଜାୟସଓ୍ବାଲଙ୍କୁ ଦେଖି ପାରୁ ନ ଥିଲେ ଅଭିନେତ୍ରୀ ହିନା ଖାନ୍। ଘରେ ପରିବାର ସହ ସେ ସମୟ କାଟୁଥିଲେ। ହେଲେ ଏବେ ନିୟମ ସାମାନ୍ୟ କୋହଳ ହେବା ପରେ ହିନା ତାଙ୍କୁ ଭେଟିଥିବା କୁହାଯାଉଛି।
ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ହିନା ରକିଙ୍କ ସହ ଏକ ଫଟୋକୁ ଶେୟାର କରିଛନ୍ତି। ରକି ମଧ୍ୟ ନିଜ ଷ୍ଟାଟସ୍ରେ ଫଟୋକୁ ରଖିଛନ୍ତି। କିଛି ମାସ ପରେ ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।