ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୩୦ ବାଇକ୍‌ ଜବତ କଲା ପୋଲିସ

ଗୁଡଭେଲା,୧୩ା୪(ଡିଏନଏ): ସରକାରଙ୍କ କଡ଼ା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍‌ ଜବତ କରିଛି। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ପନିପରିବା, ଗ୍ରୋସରୀ ଦୋକାନରୁ ସାମଗ୍ରୀ କିଣିବାକୁ ନିୟମ ରଖାଯାଇଛି। ତେବେ ଏହି ନିୟମକୁ ବାହାନା କରି କେତେକ ବାଇକ୍‌ ଧରି ବୁଲୁଛନ୍ତି । ଏମାନଙ୍କ ବିରୋଧରେ ତୁଷୁରା ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛ। ସୋମବାର ବିଭିନ୍ନ ଛକରେ ପୋଲିସ ୩୦ରୁ ଅଧିକ ବାଇକ୍‌ ଜବତ କରିଥିବା ବଲାଙ୍ଗୀର ଜିଲା ତୁଷୁରା ଥାନାଧିକାରୀ ଆଇଆଇସି ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି।

Share