ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା ଲକ୍ଡାଉନ୍ କରିବାକୁ ଘୋଷଣା କରାଯାଇଛି। ତେବେ ଏହି ଲକ୍ଡାଉନ୍ ନିୟମ ଭାଙ୍ଗି ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ ହୋଇଛି। କଟକଣା ନ ମାନି ବାହାରକୁ ଆସିଥିବାରୁ ଆରୋହୀକୁ ଦଣ୍ଡ ଦିଆଯାଇଛି। ତେବେ ୩୬ଟି ଗାଡ଼ି ମଧ୍ୟରେ ୩୧ଟି ଦୁଇଚକିଆ, ୫ଟି ଚାରି ଚକିଆ ରହିଥିବା ନେଇ ଖୋର୍ଦ୍ଧା ଉପଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ସୂଚନା ଦେଇଛନ୍ତି।