Advertisement

ଲକ୍‌ଡାଉନ୍‌: ପରିବାର ସହ ଗେମ୍‌ ଖେଳୁଛନ୍ତି ବିରୁଷ୍କା

ମୁମ୍ବାଇ,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର ସମସ୍ତ ଶୁଟିଂ ବନ୍ଦ ରହିଥିବାରୁ ସେଲିବ୍ରିଟିମାନେ ଏବେ ଘରେ ବସି ନିଜ ମନପସନ୍ଦର ଭିନ୍ନ ପ୍ରକାରର କାର୍ଯ୍ୟକଳାପ କରୁଛନ୍ତି। ଏଥିସହ ଲକ୍‌ଡାଉନ୍‌ରେ ଲୋକମାନେ କିପରି ସମୟ ବିତାଇବେ ସେନେଇ ପ୍ରତିଦିନ ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ମଧ୍ୟ ଦେଉଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ମଧ୍ୟ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରୁଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଅନୁଷ୍କା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବିରାଟ ଓ ତାଙ୍କ ମା’ ବାପାଙ୍କ ସହ ଗେମ୍‌ ଖେଳୁଥିବାର ନଜର ଆସିଛନ୍ତି। ଏଥିସହ କ୍ୟାପଶନ୍‌ରେ ଅନୁଷ୍କା ସମସ୍ତଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘରେ ରହି ପରିବାର ସହ ସମୟ ବିତାନ୍ତୁ, ହସନ୍ତୁ, ଖେଳନ୍ତୁ ଓ ଭୁଲ ବୁଝାମଣାକୁ ଦୂର କରନ୍ତୁ ବୋଲି ଅନୁଷ୍କା ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share