ଲକ୍‌ଡାଉନ୍‌ ପରେ ଉହାନ୍‌ ଛାଡ଼ିଥିବା ୫୦ ଲକ୍ଷରୁ ଅଧିକ ଲୋକଙ୍କର ଏପର୍ଯ୍ୟନ୍ତ ମିଳିନି ଖୋଜ୍‌ଖବର !

ବେଜିଂ,୭।୪: କରୋନା ସଂକ୍ରମଣରେ ଚାଇନାରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ଏନେଇ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ସରକାରୀ ରିପୋର୍ଟରେ ଏହା ୩ ହଜାର ୨ ଶହରୁ ଅଧିକ ବୋଲି ଦର୍ଶାଯାଇଛି। ତେବେ ବେସରକାରୀ ରିପୋର୍ଟରେ ଏହା ବହୁ ଅଧିକ ବୋଲି କୁହାଯାଉଛି। ଇତିମଧ୍ୟରେ ଏଠାରେ ୨ କୋଟିରୁ ଅଧିକ ଆକ୍ଟିଭ୍‌ ମୋବାଇଲ୍‌ ଗ୍ରାହକ ହଠାତ୍‌ ନିଷ୍କ୍ରିୟ ହୋଇଯିବା ଟେଲିକମ୍‌ ଅପରେଟରଙ୍କୁ ଚକିତ କରିଛି। ସେହିପରି କରୋନାର ଉତ୍ପତ୍ତିସ୍ଥଳ ଉହାନରେ ଲକ୍‌ଡାଉନ୍‌ ଜାରି ହେବାର ୪ ଦିନ ପରେ ଜାନୁୟାରୀ ୨୭ରେ ସହରର ମେୟର ଝୋଉ ଶିୟାନଓ୍ବେଙ୍ଗ୍‌ ଦେଇଥିବା ମନ୍ତବ୍ୟ ଏବେ ସମସ୍ତଙ୍କୁ ସନ୍ଦେହରେ ପକାଇଛି। ସେ କହିଥିଲେ ଲକ୍‌ଡାଉନ୍‌ ଜାରି ହେବା ପରେ ସହରର ୫୦ ଲକ୍ଷରୁ ଅଧିକ ବାସିନ୍ଦା କେଉଁ ଆଡ଼େ ଚାଲି ଯାଇଛନ୍ତି। ତେବେ ସହର ଛାଡ଼ିଥିବା ଏସବୁ ଲୋକଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଖୋଜ୍‌ ଖବର ନ ମିଳିବା ଅନ୍ତର୍ଜାତୀୟସ୍ତରରେ ସନ୍ଦେହ ସୃଷ୍ଟି କରୁଛି। ସେହିପରି ରାତିରେ ଏହି ଅଞ୍ଚଳର ବହୁ ଘରେ ଆଲୋକ ଜଳୁ ନ ଥିବା ଉପଗ୍ରହ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଜଣାପଡ଼ିଛି। ଏତେ ସଂଖ୍ୟକ ଘରେ ରାତିରେ ଆଲୋକ ନଜ ଜଳିବା ମୃତକଙ୍କ ପ୍ରକୃତ ସଂଖ୍ୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share