ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା ଭୋଗୁଛନ୍ତି ବରିଷ୍ଠ ନାଗରିକ। ଅନେକ ବରିଷ୍ଠ ନାଗରିକଙ୍କ ପୁଅ, ବୋହୂ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରେ ଫସି ରହିଛନ୍ତି। ସେମାନେ ମା’ବାପାଙ୍କୁ ସହଯୋଗ କରିବାକୁ ଚାହିଁଲେ ମଧ୍ୟ ଆସିପାରୁ ନାହାନ୍ତି। ଲକ୍‌ଡାଉନ ଯୋଗୁ ବରିଷ୍ଠ ନାଗରିକମାନେ ଘରକୁ ପରିବା, ମେଡିସିନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିପାରୁନାହାନ୍ତି। ସେମାନେ ଗୋଟିଏ ଘର ଭିତରେ ରହି ଭୋକରେ ଛଟପଟ ହେଉଛନ୍ତି। ଏଭଳି ଏକ ବିପଦ ସମୟରେ ଦେବଦୂତ ସାଜି ଛିଡ଼ା ହୋଇଛନ୍ତି ପୋଲିସ କର୍ମଚାରୀ। ବରିଷ୍ଠ ନାଗରିକ ଫୋନ୍‌ କଲେ ଘରେ ଯାଇ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। କମିଶନରେଟ ପୋଲିସରେ ପୂର୍ବରୁ ଖୋଲାଯାଇଥିବା ବରିଷ୍ଠନାଗରିକ ସେଲ୍‌ ଏବେ କାର୍ଯ୍ୟରେ ଆସୁଛି। ଏହି ସେଲ୍‌ରେ ଥିବା ଜଣେ ନୋଡାଲ ଅଫିସର ବରିଷ୍ଠ ନାଗରିକ ରହୁଥିବା ଘରକୁ ଯାଇ ସସମ୍ୟା ପଚାରି ବୁଝୁଛନ୍ତି। ଏପରିକି ପରିବା ,ଫଳ ଏବଂ ଡାଲି,ଚାଉଳ ଦେଉଥିବା ଦେଖିବାକୁ ମିଳୁଛି।

Share