ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ୨୧ ଦିନଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ ପୂରଣ ହେବାକୁ ଆଉ ମାତ୍ର ୭ ଦିନ ଥିବା ବେଳେ ପୁଣି ଥରେ ଏହାକୁ ବୃଦ୍ଧି କରିବାକୁ ବହୁ ରାଜ୍ୟ ସରକାର ଓ କେତେଜଣ ବିଶେଷଜ୍ଞ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅନୁରୋଧ କରାଯାଇଛି। ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହ୍ରାସ ହେବାର ଖବର ଆସିନାହିଁ। ତେଣୁ ଯଦି ଲକ୍‌ଡାଉନକୁ ଉଠାଇ ଦିଆଯାଏ ତେବେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବା ଆଶା କରି ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ଏଭଳି ଅନୁରୋଧ କରିଥିବା କୁହାଯାଉଛି। ତେବେ ଏ ଦିଗରେ କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି।

Share