Categories: ଫୁରସତ

ଲକ୍‌ଡାଉନ୍‌ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍‌ରେ ମାତାପିତା ଦେଲେ ବିଦାୟ

କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା ଯୋଗୁ ତାଙ୍କ ସବୁ ଯୋଜନା ଫେଲ୍‌ ମାରିଥିଲା। କିନ୍ତୁ ଉଭୟ ନିର୍ଦ୍ଧାରିତ ତାରିଖରେ ବିବାହ କରିବାକୁ ଚାହୁଁଥିଲେ। କରୋନା ଯୋଗୁ ଆଡମ୍ବର ବିବାହ ସମ୍ଭବ ନ ଥିଲା। ତେଣୁ ଉଭୟ ଜୁମ୍‌ ଭିଡିଓ କଲର ସହାୟତା ନେଇଥିଲେ। ବରକନ୍ୟାଙ୍କ ପରିବାର ସମେତ ସମେତ ଶହେରୁ ଅଧିକ ଅତିଥିଙ୍କ ସହିତ ଏକ ବିଶାଳ ବିବାହର ଆୟୋଜନ କରାଯାଇଥିଲା। ଜୁମ କଲରେ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ବର ଘରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। କନ୍ୟା ମଧ୍ୟ ବିବାହ ପାଇଁ ବର ଘରକୁ ଆସିଥିଲେ। କନ୍ୟାଙ୍କ ମାତାପିତା କେବଳ ଜୁମ କଲରେ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଜୁମ୍‌ କଲରେ ସମସ୍ତ ଅତିଥି ଯୋଗ ଦେଇଥିଲେ।

Share