ଲକ୍‌ଡାଉନ୍‌ ବୃଦ୍ଧିକୁ ଗଜପତି ମହାରାଜାଙ୍କ ସ୍ବାଗତ

ପୁରୀ ଅଫିସ, ୧୦।୪: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ଅବଧି ଆସନ୍ତା ୧୪ ତାରିଖରେ ସରୁଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଳବତ୍ତର ରଖିବା ନିମନ୍ତେ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶୁକ୍ରବାର ଗଜପତି ମହାରାଜା ତାଙ୍କ ବାର୍ତ୍ତାରେ ଜନସାଧାରଣ ଆନ୍ତରିକତା ସହ ଲକ୍‌ଡାଉନ୍‌କୁ ପାଳନ କରିବା ଲାଗି ନିବେଦନ କରିଛନ୍ତି। ଏଥିସହ ଶ୍ରୀଶ୍ରଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଟଳିଯାଉ ବୋଲି ସେ କାମନା କରିଛନ୍ତି।