ରାଜନଗର,୨୬।୩: କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ଏହା ସହ ସ୍କୁଲ କଲେଜ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା। କେହି ଏକତ୍ରିତ ନ ରହି ଦୂରତା ରକ୍ଷା ଲାଗି ଘୋଷଣା କରିଥିଲେ ମଧ୍ୟ ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କଳ୍ପତରୁ ପରିଡ଼ା ୮୦ଜଣ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ କରି ଟ୍ୟୁଶନ କରୁଥିଲେ। ଖବରପାଇ ସ୍ଥାନୀୟ ପୋଲିସ ସଦଳବଳ ପହଞ୍ଚି ସମ୍ପୃକ୍ତ ପରିଡାଙ୍କୁ ଘଟଣାସ୍ଥଳରୁ ଗୁରୁବାର ସକାଳେ ଗିରଫ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦ୍ରାପଡ଼ା