ଲକ୍‌ଡାଉନ୍‌ ଯୋଗୁ ମିଳିଛି ସୁଫଳ: ୩୦ ଦିନରେ ଭାରତରେ ୨୨ ହଜାର ସଂକ୍ରମିତ; ଚାଇନାରେ ୭୫ ହଜାର, ଇଟାଲିରେ ଟପିଥିଲା ଲକ୍ଷେ ୨୬ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଛି। ୩୦ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ରହିଛି। ପ୍ରଥମ ୩୦ ଦିନରେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଛୁଇଁଥିବାବେଳେ ଇଟାଲିରେ ପ୍ରଥମ ଏକ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୬ ହଜାର ଟପିଥିଲା। ଏପରିସ୍ଥଳେ ଭାରତର ସ୍ଥିତି ବେଶ୍‌ ଭଲ ରହିଥିବା କୁହାଯାଉଛି। ସେହିପରି ଭାରତରେ ପ୍ରତିଦିନ ହାରାହାରି ୭୩୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଚାଇନାରେ ୨୫୧୫ ଏବଂ ଇଟାଲିରେ ୪୨୦୦ ସଂକ୍ରମିତଙ୍କୁ ପ୍ରଥମ ଏକମାସର ଗୋଟିଏ ଦିନରେ ଚିହ୍ନଟ କରାଯାଇଥିବା କରୋନା ଓ୍ବାଲ୍ଡ ମିଟର ସର୍ଭେରୁ ଜଣାପଡ଼ିଛି। ଭାରତରେ ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଥିବା ଏଥିରେ ଦର୍ଶାଯାଇଛି।

Share