ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଓଡ଼ିଆ: ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି ରହିଛନ୍ତି। ସେମାନଙ୍କୁ ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନ ସହ ଅନ୍ୟ ପ୍ରତିପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଉପଲକ୍ଷେ ଏକ ଭିଡିଓ ଜାରି କରି ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାଛଡ଼ା ସେ ବାବଦ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯିବ ବୋଲି ମଧ୍ୟ କହିଛନ୍ତି।

Share