Advertisement

ଲକ୍‌ଡାଉନ୍‌: ଲଡୁ ତିଆରି ଶିଖୁଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ତେଣୁ ସମସ୍ତେ ଘରେ ବସି ବସି କିଛି ନା କିଛି କାମ କରୁଥିବା ଦେଖାଯାଇଛି। ବିଶେଷ କରି ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ କେମିତି ସମୟ କାଟୁଛନ୍ତି ମଝିରେ ମଝିରେ ସେମାନଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ବଲିଉଡ୍‌ ବିୟୁଟି ମଲାଇକା ଆରୋରା ମଧ୍ୟ ଏମିତି ଏକ ଭିଡ଼ିଓ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ମଲାଇକା ବେସନ ଲଡୁ ତିଆରି କରୁଥିବା ଦେଖାଯାଇଛି। ତାଙ୍କର ଏହି ଭିଡ଼ିଓକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଏହାସହ ମଲାଇକା ଏହି ରିସିପି ଶେୟାର କରିବା କଥା ମଧ୍ୟ କହିଛନ୍ତି। ଏହାସହ ଆଉକିଛି ଫଟୋ ଶେୟାର କରି କ୍ୱାରାଣ୍ଟାଇନ ପିରିୟଡରେ କେମିତି ସମୟ କାଟୁଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share