ଲକ୍‌ଡାଉନ୍‌: ଶଗଡ଼ରେ ବ୍ୟବଚ୍ଛେଦ ପାଇଁ ନିଆଗଲା ମୃତଦେହ

ମିରଟ,୧୪।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ଉତ୍ତରପ୍ରଦେଶ ମିରଟର ବାଗପତ ଅଞ୍ଚଳର ଗୋରିପୁରରେ ଜଣେ ୧୮ ବର୍ଷ ବୟସ୍କା ସିତାରାଙ୍କର କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଯୋଗୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପିତା ଆୟୁବ ଏବଂ ମା ମୁନ୍ନୀ ପୋଲିସକୁ ଫୋନ କରିଥିଲେ। ଖବର ପାଇ ଗାଁରେ ନିଓ୍ବାଡ଼ା ଥାନା ପୋଲିସ ପହଞ୍ଚିଥିଲା। ତେବେ ଏହାର କିଛି ସମୟ ପୂର୍ବରୁ ସିତରାଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ କରିବାକୁ ପୋଲିସ କହିଥିଲେ। ପୋଲିସ ପକ୍ଷରୁ ଆମ୍ବୁଲାନ୍ସ୍‌ ସହିତ ଯୋଗାଯୋଗ କରାଯାଇଥିଲା। ତେବେ ଆମ୍ବୁଲାନ୍ସ୍‌ ଆସିପାରି ନ ଥିଲା। ଗାଁଠାରୁ ୩ କିଲୋମିଟର ଦୂରରେ ଥିବା ହସ୍ପିଟାଲକୁ ସିତାରାଙ୍କ ମୃତଦେହ ନେବାକୁ କୌଣସି ଯାନବାହାନ ମିଳି ନ ଥିଲା। ତେଣୁ ସିତାରାଙ୍କ ମୃତ ଦେହକୁ ଶଗଡ଼ରେ ବୋହି ନିଆଯାଇଥିଲା।

Share