ଲକ୍‌ଡାଉନ୍‌ ସମୟରେ ଆଗୁଆ ୪ ମାସର ଭତ୍ତା ପାଇ ହିତାଧିକାରୀ ଖୁସି

ଆରଡି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଶୁକ୍ରବାର ପଞ୍ଚାୟତର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଦାସ, ନୋଡାଲ ଅଫିସର ଇ. ପ୍ରଭାତ ବେହେରା ଘରଘର ବୁଲି ହିତାଧିକାରୀଙ୍କୁ ୪ ମାସର ଭତ୍ତା ବାଣ୍ଟିଛନ୍ତି । ଲକ୍‌ଡାଉନ୍‌ ସମୟରେ ଏକକାଳୀନ ୪ ମାସର ଭତ୍ତା ପାଇ ହିତାଧିକାରୀ ଖୁସି ଅଛନ୍ତି।