ଲକ୍‌ଡାଉନ୍‌ ସମୟରେ ଘରେ ଓ୍ବର୍କଆଉଟ୍‌ କରୁଛନ୍ତି ବିଗ୍‌ ବି, ଫଟୋ ଭାଇରାଲ

ମୁମ୍ବାଇ: ବିଗ୍‌ ବି ନିଜର ଫ୍ୟାନ୍‌ମାନଙ୍କୁ କରୋନା ଭାଇରସ୍‌ ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଟ୍ବିଟ୍‌ କରୁଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କଲେ ବିଗ୍‌ ବି ସଙ୍ଗେ ସଙ୍ଗେ ଟ୍ବିଟ୍‌ କରି ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏବେ ଅମିତାଭଙ୍କର ଏକ ଜବରଦସ୍ତ ଫଟୋ ନଜର ଆସିଛି। ଫଟୋରୁ ଜଣାପଡୁଛି ସେ ସ୍ବାସ୍ଥ୍ୟର ଖୁବ୍‌ ଯତ୍ନ ନେଉଛନ୍ତି। ଖାସ୍‌ ଏଥିପାଇଁ ସେ ଓ୍ବର୍କଆଉଟ୍‌ ମଧ୍ୟ କରୁଛନ୍ତି। ବିଗ୍‌ ବି ତାଙ୍କ ଘରେ ଥିବା ଜିମ୍‌ର ଏକ ଫଟୋ ଶେୟାର କରିଛନ୍ତି। ୭୭ ବର୍ଷ ବୟସରେ ଫିଟ୍‌ ରହିବା ପାଇଁ କେତେ କ’ଣ ତରିକା ଆପଣାଉଛନ୍ତି। ସେଥିପାଇଁ ତ ଏ ବୟସରେ ବି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

ବୁଧବାର ଏକ ଫଟୋ ଶେୟାର କରି ବିଗ୍‌ ବି’ କ୍ୟାପ୍‌ଶନ ଲେଖିଛନ୍ତି, ‘ଜିମ୍‌ କରିବା ଜାରି ରଖ। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଅ। ଏହି ଫଟୋରେ ଅମିତାଭ ଏକ ଜିମ୍‌ ପୋଷାକରେ ନଜର ଆସିଥିବା ବେଳେ ତାଙ୍କ ପଛରେ ଜିମ୍‌ ସେଣ୍ଟର ରହିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।

କେବଳ ଅମିତାଭ ନୁହନ୍ତି, ବଲିଉଡ୍‌ର ସମସ୍ତ କଳାକାର ମଧ୍ୟ ନିଜ ନିଜର ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି। ଅନିଲ କପୁର ମଧ୍ୟ ଓ୍ବର୍କଆଉଟ୍‌ କରୁଥିବା ଫଟୋ ସୋସିଆଲ ମିିଡିଆରେ ଫଟୋ ଶେୟାର କରିଛନ୍ତି। ଏଥିରେ ଅନିଲ୍‌ କ୍ୟାପ୍‌ଶନ ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ମୋ’ ଟ୍ରେନର ଅଛନ୍ତି, ସେପର୍ଯ୍ୟନ୍ତ ମୋ’ର ଟ୍ରେନିଂ ଶେଷ ହେବ ନାହିଁ। ସେହିପରି ଦୀପିକା ପାଦୁକୋନ୍‌, ରଣବୀର ସିଂହ, ଶିଳ୍ପା ସେଟ୍ଟୀ, ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌, ଶାହିଦ୍‌ କପୁର ନିଜ ନିଜର ଓ୍ବାର୍କଆଉଟ୍‌ ଫଟୋ ଶେୟାର କରି କରୋନା ଭାଇରସ୍‌ରୁ ରକ୍ଷା ପାଇଁ ଫ୍ୟାନ୍‌ମାନଙ୍କୁ ସଚେତନ କରାଉଛନ୍ତି।

Share