ଲକ୍‌ଡାଉନ୍‌ ସମୟରେ ନମାଜ ପାଠ ବନ୍ଦ କଲା ପ୍ରଶାସନ: ଭାଙ୍ଗିଲା ଲୋକ ଗହଳି

ଧାମନଗର,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍‌ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ ମାଜିଷ୍ଟ୍ରେଟ ଲଗନଜିତ ବେହେରା, ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ ସିଂ ପହଞ୍ଚି ଲୋକ ଗହଳି ଭାଙ୍ଗିବା ସହିତ ସେମାନଙ୍କୁ ଘରକୁ ବିଦା କରିଥିଲେ।