Advertisement

ଲକ୍‌ଡାଉନ୍‌ ସମୟରେ ମା’ କରୀନାଙ୍କୁ ସୁନ୍ଦର ଉପହାର ଦେଲେ ତୈମୁର

ମୁମ୍ବାଇ: ଲକ୍‌ଡାଉନ୍‌ ପାାଇଁ ବଲିଉଡ୍‌ କଳାକାରମାନେ ଏବେ ଘରେ ସମୟ ବିତାଉଛନ୍ତି। ଏହି ଅବସରରେ କଳାକାରମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ସେମାନେ ନିଜର ଭିଡିଓ ଓ ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି। ସେହିପରି ଅଭିନେତ୍ରୀ କରୀନା କପୁର ମଧ୍ୟ ନିଜର ସମସ୍ତ ସମୟ ସ୍ବାମୀ ସୈଫ୍‌ ଅଲ୍ଲୀ ଖାଁ ଓ ପୁଅ ତୈମୁରଙ୍କ ସହ ବିତାଉଛନ୍ତି। ଏହି ସମୟରେ ତୈମୁର କେତେବେଳେ ବାପା ସୈଫ୍‌ଙ୍କ ସହ ଗଛ ଲଗାଉଛନ୍ତି ତ ଆଉ କେତେବେଳେ ଡ୍ରଇଂ କରୁଥିବା ଦେଖିବାକୁ ମିଳୁଛି। ଏବେ ସେ ମା’ଙ୍କ ପାଇଁ ଏକ ସୁନ୍ଦର ହାର ତିଆରି କରିଛନ୍ତି। ଏହି ହାରଟିକୁ କରୀନା ପିନ୍ଧିବା ସହ ଏହାର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ତୈମୁର କଳରଫୁଲ ପାସ୍ତାରେ ଏହି ସୁନ୍ଦର ହାରଟିକୁ ତିଆରି କରିଛନ୍ତି। ପୁଅର ଏହି କଳାକୁ ଦେଖି ମା’ ବହୁତ ଖୁସି ଥିବା ନଜର ଆସଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share