ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.)
କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନି। ତେଣୁ ରକ୍ତର ଅଭାବ ଦୂର କରିବା ପାଇଁ ସୋନପୁର ବ୍ଲକ କୀର୍ତ୍ତିପୁରଠାରେ ଶନିବାର ଆୟୋଜିତ ହୋଇଥିଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଗ୍ରାମାଞ୍ଚଳର ମହିଳା ଓ ପୁରୁଷମାନେ କରୋନାକୁ ଭୟ ନ କରି ସାମାଜିକ ଦୂରତା ରକ୍ଷା କରି ଆଗ୍ରହର ସହିତ ରକ୍ତଦାନ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ବାହନ ଦ୍ୱାରା ମୋଟ ୫୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଡାକ୍ତର ଘନଶ୍ୟାମ ମେହେରଙ୍କ ତତ୍ତ୍ୱାବଧାନରେ ନରେଶ ଚନ୍ଦ୍ର ମେହେର, ଟେକ୍‌ନିସିଆନ ତାପସ ରଞ୍ଜନ ସାହୁ, ସେଖ୍‌ ଅବଦୁଲ ଆଶ୍ରଫ ଅଲି, ଅଶୋକ ଧଳ, ସୁଶିଲ ସୁନା ରକ୍ତ ସଂଗ୍ରହ କରିଥିଲେ । ସାମାଜିକକର୍ମୀ ଲଳିତ ନାୟକ ଶିବିରର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ବିଇଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକ ପୁଟେଲ, ତାପସ ମହାନ୍ତି, ବ୍ରଜ ଗୋପାଳ ସିଂ, ରୋଶନ ସୁନା, ଖବରଦାତା ସୃଜନ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Share