ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି, ସୂର୍ଯ୍ୟୋଦୟ, ଫଲର୍ଟନ, ଗ୍ରାମୀଣକୋଟା, ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଋଣ ଆଣିଛନ୍ତି। ମାତ୍ର କରୋନା କଟକଣା ଓ ଲକ୍‌ଡାଉନ୍‌ ସମୟରେ କୌଣସି ରୋଜଗାର ହେଉ ନ ଥିବାରୁ ଆଣିଥିବା ଋଣ ଶୁଝି ପାରୁ ନାହାନ୍ତି। କମ୍ପାନୀ ଏଜେଣ୍ଟମାନେ ଘରକୁଆସି ସୁଧ ପୈଠ କରିବାକୁ ବିଭିନ୍ନ ଧମକ ଚମକ ମଧ୍ୟ ଦେଉଛନ୍ତି। ଏ ନେଇ ମହିଳାମାନେ ବୁଧବାର ଜିଲାପାଳ ଡ. ହର୍ଷ ଗଭାଲିଙ୍କ ନିକଟରେ ଋଣଛାଡ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Share