ଲକ୍‌ଡାଉନ୍‌ ସମୟରେ ସାହିଦାଣ୍ଡରେ ଭତ୍ତା ବଣ୍ଟନ: ଶତାଧିକ ହିତାଧିକାରୀଙ୍କ ଗହଳି

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଜନସାଧାରଣଙ୍କ ଗହଳି ଲାଗି କଟକଣା ଲାଗୁ କରାଯାଇଛି। ତେବେ ଦେବଗଡ଼ ପୌରାଞ୍ଚଳର ୪ନଂ. ୱାର୍ଡ ବରପାଲି ସାହିଠାରେ ମଙ୍ଗଳବାର ପୂର୍ବାହ୍ନରୁ ପୌର ପରିଷଦ ପକ୍ଷରୁ ୨, ୩ ଓ ୪ନଂ. ୱାର୍ଡର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଜାରି ନିୟମକୁ ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଛି । ସର୍ବସାଧାରଣ ସ୍ଥାନରେ ଶତାଧିକ ହିତାଧିକାରୀଙ୍କୁ ରୁଣ୍ଡକରି ଭତ୍ତା ଦେବା ପରିବର୍ତ୍ତେ ପରିଷଦ କର୍ମଚାରୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଦେବାକୁ କୁହାଯାଇଛି।