ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧିକୁ ସମର୍ଥନ କଲା କଂଗ୍ରେସ: କରୋନା ଲଢ଼େଇର ରୋଡ୍‌ମ୍ୟାପ୍‌ ସମ୍ପର୍କରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। ଏହା ସ୍ବାଗତ ଯୋଗ୍ୟ ଏବଂ ଦେଶର ହିତ ପାଇଁ ବୋଲି କଂଗ୍ରେସ ପକ୍ଷରୁ ପି. ଚିଦାମ୍ବରମ୍‌ କହିଛନ୍ତି। ତେବେ ସରକାର କରୋନା ଲଢ଼େଇ ଲାଗି କିଭଳି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ଚିଦାମ୍ବରମ୍‌ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସିଂ ସୁରେଜଓ୍ବାଲା କହିଛନ୍ତି ଯେ, ଦେଶବାସୀ ବର୍ଦ୍ଧିତ ଲକ୍‌ଡାଉନ୍‌କୁ ମଧ୍ୟ ମାନିବେ। କିନ୍ତୁ ଏକ୍ଷେତ୍ରରେ ସରକାରଙ୍କ ଦାୟିତ୍ୱବୋଧ ବୃଦ୍ଧି ପାଇଥିବା ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ କହିଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ ସରକାର ରିଲିଫ୍‌ କାର୍ଯ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ଟୁଇଟ୍‌ କରି କହିଛନ୍ତି।

Share