ଲକ୍‌ଡାଉନ୍‌: ସରକାରଙ୍କ ସାହାଯ୍ୟ ଲୋଡିଲେ ରୂପଜୀବୀ

ନାସିକ,୫ ।୪: କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ଅନେକ ଲୋକଙ୍କ ଜୀନଜୀବିକା ଉପରେ ଏହାର ପ୍ରଭାବ ପଢିଛି । ଏହି ସମୟରେ ସରକାରଙ୍କ ପକ୍ଷରୁ ବିପଏଲ୍ ପରିବାରକୁ ଚାଉଳ, ଗହମ ଆଦି ଯୋଗାଇ ଦିଆଯାଉଥିବା ବେଳେ ରୂପଜୀବୀମାନେ ସେମାନଙ୍କ ଜୀବନ ଜୀବିକାକୁ ନେଇ ସରକାରଙ୍କର ସାହାଯ୍ୟ ଲୋଡିଛନ୍ତି । ମହାରାଷ୍ଟ୍ର ନାସିକ ଭଦ୍ରକାଳୀରେ ରହୁଥିବା ରୂପଜୀବୀମାନେ କହିଛନ୍ତି ସେମାନଙ୍କ ପାଖରେ ଆଧାର, ରାଶନ କାର୍ଡ ଆଦି ଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ମିଳୁନାହିଁ । ଏହି ସମୟରେ ସେମାନଙ୍କର କୌଣସି ଆୟ ନ ଥିବାରୁ ଆଉ ଯେଉଁମାନଙ୍କର ସଂସାର ରହିଛି ସେମାନଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଉତ୍ତର କୋଲକାତାର ସୋନାଗାଛି ଓ ଦିଲ୍ଲୀର ଜିବି ରୋଡରେ ଥିବା ରୂପଜୀବୀମାନେ ମଧ୍ୟ ସରକାରଙ୍କ ନିକଟରେ ସମାନ ଦାବି କରିଛନ୍ତି ।

Share