ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ

ଭଦ୍ରକ ଅଫିସ,୮ା୪: ଭଦ୍ରକ ପୌରାଞ୍ଚଳରେ ବୁଧବାର ସକାଳୁ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ଖୋଲା ହେଉଥିବା ମାର୍କେଟ ଗସ୍ତ କରି ସାମାଜିକ ଦୂରତ୍ୱ ଉପରେ ତନଖି କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଲୋକଙ୍କଠାରୁ ଅନ୍ୟାନ୍ୟ ଅସୁବିଧା ଶୁଣି ତାହାର ପ୍ରତିକାର ପାଇଁ ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡ଼ିଛି l ଏହି ଗସ୍ତ ସମୟରେ ଦୋକାନୀମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ।