ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ତଥା ପଡ଼ୋଶୀ ବଲାଙ୍ଗୀର ଜିଲାର ୫୦ରୁ ଅଧିକ ଯୁବକ ଫସି ରହିଛନ୍ତି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ସେମାନଙ୍କ ମୋବାଇଲ୍‌ ନମ୍ବର ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଠିକଣା ଦେଲେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ।

Share