ଲକ୍‌ଡାଉନ୍‌: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ୩୧.୪ ପ୍ରତିଶତ ଅର୍ଥାତ୍‌ ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ଆସନ୍ତା ୨୧ ଦିନ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରହିଛି। ଆଇଏଏନ୍‌ଏସ୍‌ ସି-ଭୋଟର ଗେଲପ୍‌ ଆସୋସିଏଶନ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିପରି ୧୨.୨ ପ୍ରତିଶତ ଅର୍ଥାତ୍‌ ୧୫ କୋଟି ୮୬ ଲକ୍ଷରୁ ଅଧିକଙ୍କ ପାଖରେ ଏକ ସପ୍ତାହରୁ କମ ଦିନର ଖାଦ୍ୟ ରହିଛି। ଅପରପକ୍ଷରେ ୩୭.୩ ପ୍ରତିଶତ ଅର୍ଥାତ୍‌ ୪୮ କୋଟି ୪୯ ଲକ୍ଷରୁ ଅଧିକଙ୍କ ପାଖରେ ଏକ ସପ୍ତାହ ଏବଂ ୧୯.୨ ପ୍ରତିଶତ ଅର୍ଥାତ୍‌ ୨୪ କୋଟି ୯୬ ଲକ୍ଷ ଲୋକଙ୍କ ପାଖରେ ୨ ସପ୍ତାହର ଖାଦ୍ୟ ରହିଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share