Categories: ମେଟ୍ରୋ

ଲକ୍‌ଡାଉନ୍‌ ୪.୦: ବିଏମ୍‌ସି ଆଣିବ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନା ପାଇଁ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ଅର୍ଥାତ୍‌ ମେ ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଚତୁର୍ଥ ପର୍ଯ୍ୟାୟ ବା ଲକ୍‌ଡାଉନ୍‌ ୪.୦ ପାଇଁ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଲାଗୁ ହେବ। ଏହି ଆଧାରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଜାରି କରିବ। ବିଶେଷକରି ଅର୍ଥନୈତିକ ସୁଧାର ଉପରେ ଅଧିକ ଗୁରୁତ୍ୱ ରହିବ। ଏଥିସହ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଭୁବନେଶ୍ୱରରେ ବର୍ତ୍ତମାନ ସକାଳ ୬.୩୦ରୁ ସନ୍ଧ୍ୟା ୬.୩୦ ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିରେ ବର୍ତ୍ତମାନ କିଛି ପରିବର୍ତ୍ତନ ହେବାର ନାହିଁ। ବନ୍ଦ ଥିବା ଅନ୍ୟ କିଛି ଦୋକାନ ବଜାର ଖୋଲିବା ପାଇଁ ହୁଏତ ନିର୍ଦ୍ଦେଶନାମା ପ୍ରକାଶ ପାଇବ। ଏନେଇ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share