Categories: ଜାତୀୟ

ଲକ୍‌ଡାଉନ୍‌ ୪.୦: ମାତ୍ର ୧୨ ଦିନରେ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ, ୧୭୦୦ ମୃତ

ନୂଆଦିଲ୍ଲୀ,୨୦।୫: କରୋନା ସଙ୍କଟ ଯୋଗୁ ଦେଶରେ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଦୁଇ ଦିନ ମଧ୍ୟରେ ଶେଷ ହେବ। ଲକଡାଉନ ୪.୦ର ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୧୭ ଶହ ଲୋକଙ୍କ ମୃତ୍ୟୁ ହୋଇଛି।
ମେ ୧୮ରେ ଦେଶରେ ଲକଡାଉନ ୪.୦ ଲାଗୁ କରାଯାଇଥିଲା। ଉକ୍ତ ଦିନ ଦେଶରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୯୬ ହଜାର ୧୬୯ ଥିଲା। ଏଥିମଧ୍ୟରୁ ୩ ହଜାର ୨୯ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ୩୬ ହଜାର ୮୨୩ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ।
ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ୧୨ ଦିନ ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୭୯୯ କୁ ବୃଦ୍ଧି ପାଇଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ୪ ହଜାର ୭୦୬ ଲୋକ ପ୍ରାଣ ହରାଇଛନ୍ତି।
ଚତୁର୍ଥ ପର୍ଯ୍ୟାୟରେ ଲକଡାଉନରେ, କରୋନାର ନୂଆ ମାମଲା ପ୍ରତିଦିନ ବୃଦ୍ଧି ପାଇଛି। ମେ ୧୮ରେ ୫୨୪୨, ୧୯ରେ ୪୯୭୦, ୨୦ରେ ୫୬୧୧, ୨୧ରେ ୫୬୦୯, ୨୨ରେ ୬୦୮୮,୨୩ରେ ୬୬୫୪, ୨୪ରେ ୬୭୬୭, ୨୫ରେ ୬୯୭୭, ୨୬ରେ ୬୫୩, ୨୭ରେ ୬୩୮୭, ୨୮ରେ ୬୫୬୬ ନୂଆ ମାମଲା ଏବଂ ୨୯ରେ ୭୪୬୬ ମାମଲା ଆସିଛି।

Share