Categories: ଜାତୀୟ

ଲକ୍‌ଡାଉନ୍‌ -୫.୦: କଟକଣା ମୁକ୍ତ ହେଲା ଲୋକଙ୍କ ଯା’ଆସ

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ୍‌ ୫.୦ର ନୂତନ ଗାଇଡଲାଇନ୍‌ରେ ଲୋକଙ୍କ ଯା’ଆସକୁ କଟକଣା ମୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏଣୁ ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଲୋକେ ଯାଇପାରିବେ। ମାଲ ପରିବହନ ସହ ଲୋକମାନଙ୍କ ଯା’ ଆସକୁ ଅନୁମତି ଦିଆଯାଇଛି। ଏଥିପାଇଁ କିଛି ଅଲଗା ଅନୁମତି ଅନାବଶ୍ୟକ ବୋଲି କୁହାଯାଇଛି।

ଗୃହ ମନ୍ତ୍ରଣାଳୟର ନୂତନ ଗାଇଡଲାଇନରେ କୁହାଯାଇଛି ଯେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ବାରଣ ନାହିଁ। ଏଥି ସହିତ ରାଜ୍ୟକୁ ଗୋଟିଏ ଜିଲା ରୁ ଅନ୍ୟ ଜିଲାକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇଛି। ତଥାପି, ଏହି ସମୟ ମଧ୍ୟରେ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ।

ତେବେ ନୂତନ ନିୟମ ଅନୁଯାୟୀ କୌଣସି ସ୍ଥାନକୁ ଯିବା ଲାଗି କାହାଠାରୁ ଅନୁମତି ମାଗିବାର ଆବଶ୍ୟକତା ରହିବ ନାହିଁ।

Share