ଲକ୍‌ଡାଉନ୍ ପରେ ବି ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବ

ନୂଆଦିଲ୍ଲୀ,୬ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କରୋନା ମହାମାରୀକୁ ନେଇ କଥା ହୋଇଛନ୍ତି । ଏହି ସମୟରେ ସେ ମନ୍ତ୍ରୀମାନଙ୍କର ଲିଡରଶିପକୁ ପ୍ରଶଂସା କରିଛନ୍ତି । ଏପଟେ ଲକ୍‌ଡାଉନ ପୂରଣ ହେବାକୁ ଆଉ ମାତ୍ର ୮ ଦିନ ଥିବା ବେଳେ ଏହାପରେ ବି ସୋସିଆଲ ଡିଷ୍ଟାନସିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏହାସହ ମୋଦି କେନ୍ଦ୍ରମନ୍ତ୍ରୀମାନଙ୍କୁ ୧୦ ବଡ ନିଷ୍ପତ୍ତି ଓ ୧୦ଟି ଅଞ୍ଚଳର ଏକ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହା ଉପେର ଲକ୍‌ଡାଉନ୍ ପରେ ଧ୍ୟାନ ଦିଆଯିବ ।

Share