ଲକ୍‌ଡାଉନ୍ ସମୟରେ ୯୦ ପ୍ରତିଶତ କମିଛି ହତ୍ୟା-ବଳାତ୍କାର ଭଳି ମାମଲା

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ ହତ୍ୟା-ବଳାତ୍କାର ଭଳି ମାମଲାରେ ୯୦ ପ୍ରତିଶତ କମ୍ ସଂଖ୍ୟା ଦେଖାଯାଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ଏହାସହ ଦୁର୍ଘଟଣା ମାମଲା ମଧ୍ୟ ୯୫ ପ୍ରତିଶତ କମ୍ ହୋଇଛି । ତେବେ ଲକ୍‌ଡାଉନ୍ ଉଲ୍ଲଂଘନ ଓ ଚୋରା ସାନିଟାଇଜର କାରବାର, ପୋଲିସ ସହ ମାଡପିଟ ମାମଲା ଏହି ସମୟରେ ଦେଖିବାକୁ ମିଳିଛି । ବିଶେଷ ଭାବେ ରାସ୍ତା ଉପରେ ପୋଲିସ ମୁତୟନ ରହିବାରୁ ଓ କରୋନା ଭୟରେ ଲୋକେ ଘର ବାହାରକୁ ଆସୁ ନ ଥିବାରୁ ଏସବୁ ମାମଲା ସଂଖ୍ୟା କମିଛି ବୋଲି ପୋଲିସ କହିଛି । ତେବେ ଚୋରୀ ଭଳି ମାମଲାର ଅଭିଯୋଗ ଅନ୍ ଲାଇନରେ କରିହେବ ବୋଲି ପୋଲିସ ମତ ଦେଇଛି ।

Share