Categories: ଜାତୀୟ

ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର,୧୫।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ସପକ୍ଷରେ ରହିଥିବା ଜଣାପଡିଛି। ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସୋନଓ୍ବାଲ କହିଛନ୍ତି, ଲକ୍‌ଡାଉନକୁ ନେଇ ସେ ତାଙ୍କର ମତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି ଏବେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ। ସୂଚନାଯୋଗ୍ୟ, ଦେଶରେ ଶୁକ୍ରବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨,୯୭୦ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଶହେ ଲୋକଙ୍କ ମୃତ୍ୟୁ ହୋଇଛି।

Share