Categories: ଜାତୀୟ

ଲକ୍‌ଡାଉନ: ଅଭାବ ପଡିଲାଣି ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ

ମୁମ୍ବାଇ,୧୨।୪: କରୋନା ଭାଇରସ ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁଠି କିନ୍ତୁ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏବେ କିନ୍ତୁ ମୁମ୍ବାଇରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟର ଅଭାବ ପଡିଥିବା ଦେଖାଗଲାଣି। ଏହି ଖାଦ୍ୟ ଯୋଗାଇ ଦେବାକୁ ମୁମ୍ବାଇର କେତେଜଣ ଗୃହପାଳିତ ପ୍ରାଣୀଙ୍କ ମାଲିକ ମହାରାଷ୍ଟ୍ର ସରକାରଙ୍କୁ ରବିବାର ଅନୁରୋଧ କରିଛନ୍ତି। ବ୍ୟବସାୟୀଙ୍କ କହିବା କଥା ହେଲା କିଛି ଖାଦ୍ୟ ବାହାରୁ ଆସୁଥିବାରୁ ଲକ୍‌ଡାଉନ ଯୋଗୁ ଏହା ଠିକ ସମୟରେ ପହଞ୍ଚି ପାରୁନାହିଁ । ତେଣୁ ରାଜ୍ୟରେ ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟର ଅଭାବ ପରିଲକ୍ଷିତ ହୋଇଛି।

Share