ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡନୀୟ ଦଫା

ଭୁବନେଶ୍ୱର, ୨୮ା୩: ସମ୍ପ୍ରତି ସାରା ଦେଶରେ ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯଦି କୌଣସି ଜରୁରୀ କାମ ନ ପଡ଼େ ତେବେ ବାହାରକୁ ନ ଆସି ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଖାମଖିଆଲି ଭାବେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ର ଦଫା ୧୮୮, ୨୬୯, ୨୭୦ ଏବଂ ୨୭୧ରେ ମାମଲା ରୁଜୁ କରାଯାଉଥିବା ଦେଖିବାକୁ ମିଳୁଛି।

ଦଫା- ୧୮୮: ସରକାରଙ୍କ ଦ୍ୱାରା ଦିଆଯାଇଥିବା କୌଣସି ନିର୍ଦ୍ଦେଶକୁ ନ ମାନିବା। ଏହା ଏକ ଅଧର୍ତ୍ତବ୍ୟ ଏବଂ ଜାମିନ୍‌ ଯୋଗ୍ୟ ଦଫା। ଯାହାର ଦଣ୍ଡ ସର୍ବାଧିକ ୬ମାସ ଏବଂ ଜରିମାନା ୧ହଜାର।
ଦଫା- ୨୬୯: ଖାମ୍‌ଖିଆଲି ଏଭଳି କିଛି କାର୍ଯ୍ୟ କରିବା ଯାହାକି କୌଣସି ରୋଗର ସଂକ୍ରମଣ ବ୍ୟାପିବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଏହା ଏକ ଅଧର୍ତ୍ତବ୍ୟ ଏବଂ ଜାମିନ୍‌ ଯୋଗ୍ୟ ଦଫା। ଯାହାର ଦଣ୍ଡ ସର୍ବାଧିକ ୬ ମାସ ଜେଲ୍‌ କିମ୍ବା ଜରିମାନା କିମ୍ବା ଉଭୟ।
ଦଫା-୨୭୦: ଖଳ ମନୋଭାବ ନେଇ ଏଭଳି କିଛି କାର୍ଯ୍ୟ କରିବା ଯାହାକି ସଂକ୍ରମଣ ବ୍ୟାପିବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଏହା ଏକ ଧର୍ତ୍ତବ୍ୟ ଏବଂ ଜାମିନ୍‌ ଯୋଗ୍ୟ ଦଫା। ଯାହାର ଦଣ୍ଡ ସର୍ବାଧିକ ୨ବର୍ଷ ଜେଲ୍‌ କିମ୍ବା ଜରିମାନା କିମ୍ବା ଉଭୟ।
ଦଫା-୨୭୧: କୌଣସି କ୍ୱାରାଣ୍ଟାଇନ(ସଙ୍ଗରୋଧ) ନିୟମର ଉଲ୍ଲଂଘନ। ଏହା ଏକ ଅଧର୍ତ୍ତବ୍ୟ ଏବଂ ଜାମିନ୍‌ ଯୋଗ୍ୟ ଦଫା, ଯାହାର ଦଣ୍ଡ ସର୍ବାଧିକ ୬ମାସ ଜେଲ୍‌ କିମ୍ବା ଜରିମାନା କିମ୍ବା ଉଭୟ।

Share