ଲକ୍‌ଡାଉନ ଉଲ୍ଲଂଘନ କରି ୪୯ ଜଣ ଗିରଫ

ବାରିପଦା ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗୁରୁବାର ଲକଡାଉନର ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ଥାନାରେ କଟକଣା ଉଂଲ୍ଲଘନକାରୀଙ୍କ ନାମରେ ୨୪ଟି ମାମଲା ରୁଜୁ କରାଯାଇଥିଲା ବେଳେ ୪୯ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ୩୨ଟି ଗାଡ଼ିକୁ ଜବତ କରାଯିବା ସହିତ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ବୁଧବାର ଲକଡାଉନର ପ୍ରଥମ ଦିନରେ ୩୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହିଭଳି ୩୫ଟି ବାଇକ୍‌କୁ ଜବତ କରିଥିଲା। ୬ଟି ପାଟ୍ରୋଲିଂ ଗାଡ଼ି ବାରିପଦା ସହରର ବିଭିନ୍ନ ଗଳିକନ୍ଦିରେ ବୁଲି ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଉଛନ୍ତି। ସେହଭିଳି ସହରର ୮ଟି ଛକରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।