ଲକ୍‌ଡାଉନ କଟକଣାରେ ମଦ ଦେକାନ ଖୋଲା

ବୌଦ୍ଧ, ୩୦ା୩(ସ୍ବପ୍ର): ସାରାଦେଶ ଲକଡାଉନରେ ରହିଥିବାବେଳେ କେବଳ ଜରୁରୀ ସାମଗ୍ରୀ ଦୋକାନଗୁଡିକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସୋମବାର ବୌଦ୍ଧ ଜିଲାର କେତେକ ସ୍ଥାନରେ ମଦ ଦୋକାନଗୁଡିକ ହଠାତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ମଦ ଦୋକାନ ଖୋଲାଥିବା ଓ ପ୍ରବଳ ଜନଗହଳି ଦେଖି ବୌଦ୍ଧ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ଥାନା ଅଧିକାରୀ ତପସ୍ବନୀ କହଁର ଲୋକଙ୍କୁ ବୁଝାଶୁଝା କରିବା ସହ ମଦଦୋକନଗୁଡିକ ତୁରନ୍ତ ବନ୍ଦ କରିବାକୁ କହିଥିଲେ ା ଲକଡାଉନ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି କିଏ ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲା ଅବକାରୀ ଅଧିକ୍ଷକ ଡ. ଶାନ୍ତନୁ କୁମାର ଦାଶଙ୍କୁ ପଚାରିବାରେ ୨୯ ତାରିଖ ରାତି ପର୍ଯ୍ୟନ୍ତ ମଦଦୋକାନ ବନ୍ଦ ରଖାଯିବାକୁ ସରକାରୀ ନିର୍ଦ୍ଦେଶନାମା ରହିଥଲା। କିନ୍ତୁ ଭୁଲ ବୁଝାମଣା ଯୋଗୁଁ ସୋମବାର ସକାଳୁ କେତେକ ମଦ ଦୋକାନ ଖୋଲିଥିଲା। ଜିଲା ଅବକାରୀ ବିଭାଗ ପକ୍ଷରୁ ତୁରନ୍ତ ମଦଦୋକାନଗୁଡିକୁ ସିଲ୍‌ କରାଯାଇଥିବା ସେ ପ୍ରକାଶ କରିଥିଲେ।