Advertisement

ଲକ୍‌ଡାଉନ କଟକଣାର ପ୍ରଭାବ: ଘରୋଇ ବସ୍‌ ମାଲିକ,କର୍ମଚାରୀ ହତାଶ

ଭବାନୀପାଟଣା,୨୮ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ମାଲିକ, ଡ୍ରାଇଭର, ହେଲପର, କଣ୍ଡକ୍ଟର ଏବଂ ଏହା ଉପରେ ନିର୍ଭର କରି ଚଳୁଥିବା ଅନ୍ୟାନ୍ୟ କର୍ମଚାରୀମାନେ ହାତବାନ୍ଧି ବସିଛନ୍ତି ା ଜିଲାର ଭବାନୀପାଟଣା ସମେତ ବିଭିନ୍ନ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଶତାଧିକ ବସ୍‌, ସମେତ ଅନ୍ୟାନ୍ୟ ଚାରିଚକିଆ ଯାତ୍ରୀବାହୀ ଗାଡ଼ି ଛିଡା ହୋଇ ରହିଛି ା ଏପରି ପରିସ୍ଥିତିରେ ସଂପୃକ୍ତ କର୍ମଚାରୀଙ୍କ ପରିବାର ପ୍ରତିପୋଷଣ ଏକ ପ୍ରକାର ଅଚଳ ହୋଇପଡିଛି ା
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ସହ ୪୦ ସରକାରୀ ବସ୍‌ ଚଳାଚଳ କରୁଛି ା ୫୦ରୁ ଊର୍ଦ୍ଧ୍ୱ ଘରୋଇ ଓ ସରକାରୀ ବସ୍‌ କଳାହାଣ୍ଡି ଜିଲାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, କେନ୍ଦୁଝର, ରାଉରକେଲା, ରାୟପୁର, ବିଶାଖାପାଟଣା, ଫୁଲବାଣୀ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ପାରଳାଖେମୁଣ୍ଡି, ରାୟଗଡା, ଜୟପୁର, କୋରାପୁଟ, ମାଲକାନଗିରି, ସୁନାବେଢ଼ା, ନବରଙ୍ଗପୁର, ନୂଆପଡା, ଜଗଦଲପୁର, ଦୁର୍ଗ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଚଳାଚଳ କରିଥାଏ ା ଭବାନୀପାଟଣା ସମେତ ଜିଲାରେ ୨ ହଜାରରୁ ଊର୍ଦ୍ଧ୍ୱ ଛୋଟ ଚାରି ଚକିଆ ଯାତ୍ରୀବାହୀ ଗାଡି ଓ ୯ ଶହ ଅଟୋରିକ୍ସା ଚଳାଚଳ କରିଥାଏ ା ସେହିପରି ୧୨୦ରୁ ଅଧିକ ଘରୋଇ ବସ୍‌ ଜିଲା ଭିତରେ ଚଳାଚଳ କରେ ା ଲକ୍‌ଡାଉନ ଯୋଗୁ ଏହି ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ା ଏଥିଯୋଗୁ ୧୦ହଜାରରୁ ଅଧିକ ପରିବାର ଉପରେ ଏହାର ସିଧାସଳକ ପ୍ରଭାବ ପଡିଛି ା ଅନ୍ୟପକ୍ଷେ ଘରୋଇ ବସ୍‌ ମାଲିକମାନେ ବ୍ୟାଙ୍କ ଓ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ କରିଥିଲେ ା ସେହି ଋଣ ପରିଶୋଧ କରିବା ଏବେ କାଠିକର ପାଠ ହୋଇଛି ା କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel