ଲକ୍‌ଡାଉନ କଟକଣା କୋହଳ ନେଇ ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ : ପୋଲିସ କମିଶନର

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ ମଦ ବିକ୍ରି ଉପରେ ପୂର୍ବଭଳି କଟକଣା ଜାରି ରହିବ। ହଟ୍‌ସ୍ପଟ କିମ୍ବା ମଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଦୋକାନ ଖୋଲିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏ ଦୋକାନ ବନ୍ଦ ରହିବ। ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ସ୍ଥାନୀୟ ପରିସ୍ଥିତିକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବେ। ଏଯାବତ୍‌ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୋକାନ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

Share