ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଲାଠୋର, ୨୮ା୪(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ପକ୍ଷରୁ ସୋମବାର ସକାଳେ ବସଷ୍ଟାଣ୍ଡରେ ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ନେତୃତ୍ୱରେ ଲାଠୋର ପଞ୍ଚାୟତ ନୋଲାଡ ଅଫିସର ମିନିକେତନ ବରିହା ଓ ଲାଠୋର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଏବଂ ଷ୍ଟାପ୍‌ ନିୟମ ଉଲ୍ଲଂଘନ କରୁଥିବା ଦୋକାନୀ ଏବଂ ବାଇକ ଚାଳକମାନଙ୍କୁ ତାଗିଦ୍‌ କରିବା ସହ ଜରିମାନା ଆଦାୟ କରିଥିଲେ। ପ୍ରଥମ ଦିନରେ ୨ହଜାର ୯ ଶହ ଟଙ୍କା ଆଦାୟ ହୋଇଥିବା ନୋଡାଲ ଅଫିସର ସୂଚନା ଦେଇଛନ୍ତି।

Share