ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ ନିୟମ ଭାଙ୍ଗିବା ଅଭିଯୋଗରେ ପୁରୀ ଜିଲା ଚିଲିକା ନୂଆପଡାର ୪ଜଣଙ୍କୁ କୃଷ୍ଣପ୍ରସାଦ ପୋଲିସ ସୋମବାର ଗିରଫ କରିଛି। ଏହାସହ ଜଣେ ଜିଆର୍‌ଏସ୍‌ଙ୍କୁ ନିଲମ୍ବିତ କରାଯାଇଛି। ଚିଲିକା ନୂଆପଡା କ୍ୱାରାଣ୍ଟାଇନ ସେଣ୍ଟରରେ କେତେଜଣ ଯୁବକ ଏକାଠି ହୋଇ ମାଦକଦ୍ରବ୍ୟ ସେବନ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ପୁରୀ ଜିଲା ପ୍ରଶାସନ ଏହା ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲା। ସୋମବାର କୃଷ୍ଣପ୍ରସାଦ ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକ, ବିଡିଓ ଅଭିମନ୍ୟୁ ମାଝି ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସାମାଜିକ ଦୂରତା ଓ ଲକ୍‌ଡାଉନ ନିୟମ ପାଳନ କରି ନ ଥିବାରୁ ସରୋଜ କୁମାର ଜେନା, ଅସୀତ କୁମାର ଜେନା, ଉମାକାନ୍ତ ପଲେଇ ଓ ଉତ୍ତମ କୁମାର ତରେଇଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ବିରୋଧରେ ଥାନାରେ ଏକ ମାମଲା (ନଂ ୪୮/୨୦) ରୁଜୁ ହୋଇଛି। ସେହିପରି କ୍ୱାରାଣ୍ଟାଇନ ସେଣ୍ଟରରେ ଏଭଳି କାର୍ଯ୍ୟ ହୋଇଥିବାରୁ ଗ୍ରାମ୍ୟ ରୋଜଗାର ସେବକ (ଜିଆର୍‌ଏସ୍‌) ମୁକେଶ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ା ଏହାସହ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ପାଇଁ ବିଡିଓ ଚିଠି ନଂ.୫୧୪ରେ ଜିଲାପାଳଙ୍କୁ ଜଣାଇଛନ୍ତି।

Share