କେଗାଁ,୧୦ା୫(ଡି.ଏନ.ଏ.): ଲକ୍ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ଚାଳକମାନେ ଲକଡାଉନ ଯୋଗୁଁ ଘରେ ବସି ରହିଛନ୍ତି। ସେମାନଙ୍କ ପରିବାର ଭୋକଉପାସରେ ଦିନ କାଟୁଛନ୍ତି। ଅପରପକ୍ଷରେ ଋଣ କରି ଅଟୋ କିଣିଥିବାରୁ ଏବେ ପରିଶୋଧ କରିବା କାଠିକର ପାଠ ହୋଇଛି। ଏହି ପରିସ୍ଥିତିରେ ସମସ୍ତ ଅଟୋ ଚାଳକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଲକଡାଉନ ନ ଉଠିବା ଯାଏ ଋଣଟଙ୍କା ପରିଶୋଧରେ ମହଲତ ଦେବାକୁ ଗୋଲାମୁଣ୍ଡା ଅଟୋ ଚାଳକ ସଂଘ ଦାବି କରିଛି ।