ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଆଖୁଚାଷୀ ଲକ୍‌ଡାଉନ ଯୋଗୁ ସଙ୍କଟରେ ପଡି ଯାଇଛନ୍ତି। ଯେଉଁମାନେ କ୍ଷେତରୁ କାଟି ଆଣିଥିଲେ ସେମାନଙ୍କ ଆଖୁ ବାଡିରେ ଗଦା ହୋଇ ରହିଛି। ଗାଡିମୋଟର ବନ୍ଦ ରହିଥିବାରୁ ଅମଳ ଆଖୁ ନେବାକୁ ବ୍ୟବସାୟୀ ଆସୁ ନାହାନ୍ତି, କିମ୍ବା ଚାଷୀ ଆଖୁକଳକୁ ନେଇ ପାରୁନାହିଁ। ସ୍ଥାନୀୟ ଆଖୁରସ ବଜାର ସବୁ ବନ୍ଦ ରହିଥିବାର ଆଖୁ ବିକ୍ରି ହୋଇ ପାରୁ ନ ଥିବା କହିଛନ୍ତି ବେନ୍ଦେର ଗାଁର ଚାଷୀ ଅକ୍ଷୟ ପଧାନ। ଖପ୍ରାଖୋଲର ନାରାୟଣ ଦଣ୍ଡସେନା କହିଛନ୍ତି ଯେ, ଋଣ କରି ୨ଏକର ଜମିରେ ଆଖୁ ଚାଷ କରିଛି ା ହେଲେ ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଆଖୁ ବିକ୍ରି ସମ୍ଭାବନା ନ ଥିବାରୁ କଣ କରିବି ବୁଦ୍ଧିବାଟ ଦିଶୁନାହିଁ ା ଏହି ପରିସ୍ଥିତିରେ ଧାରକରଜ କରି ଫସଲ କରିଥିବା ଚାଷୀ ଏବେ କିପରି ଋଣ ପ୍ରରିଶୋଧ କରିବ ସେହି ଚିନ୍ତାରେ ପଡି ଯାଇଛି।

Share