ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି ରହିଛି। ତେବେ ଲକ୍ ଡାଉନର ୬ ଦିନ ପରେ ମଧ୍ୟ ବ୍ରହ୍ମପୁରବାସୀ ପ୍ରଶାସନର କଟକଣାକୁ ଅବମାନନା କରୁଛନ୍ତି। ପ୍ରଶାସନର ଅନୁରୋଧ ସତ୍ତ୍ୱେ ବିନା କୌଣସି କାମରେ ସେମାନେ ବାହାରେ ବୁଲୁଛନ୍ତି। ଏହାକୁ ରୋକିବା ପାଇଁ ଶନିବାର ପୋଲିସ କଠୋର ପଦକ୍ଷେପ ଆପଣାଇଛି। ବିନା କାମରେ ବୁଲୁଥିବା, ତଥା ବିନା ହେଲମେଟ ଓ ଦୁଇ ଜଣଙ୍କୁ ବସାଇ ବୁଲୁଥିବା ଲୋକଙ୍କ ବାଇକ ଜବତ କରିବା ସହ ଇ-ଚାଲାଣ ମାଧ୍ୟମରେ ଜରିମାନା ଆଦାୟ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି।