Categories: ଜାତୀୟ

ଲକ୍‌ଡାଉନ ବିଫଳ: ରାହୁଲଙ୍କ ଉପରେ ବର୍ଷିଲେ ଜାଭେଡକର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଜାରି କରାଯାଇଛି ଲକ୍‌ଡାଉନ ୪.୦। ହେଲେ ପୂର୍ବ ଲକ୍‌ଡାଉନ ଭଳି ଏଥିରେ ନିୟମରେ କିଛିଟା ପରିବର୍ତ୍ତନ କରାଯିବା ଫଳରେ ସାଧାରଣ ଜନତା ସାମନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓ ଦେଶର ଅର୍ଥନୀତି ମଧ୍ୟ ଧୀରେ ଧୀରେ ସୁଧୁରିବ ବୋଲି କୁହାଯାଉଛି। ଅନ୍ୟପଟେ ଲକ୍‌ଡାଉନ ୪.୦ ଲାଗୁ କରାଯାଇଥିଲେ ମଧ୍ୟ ଦେଶରେ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। ଏହାକୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଥିଲେ ଦେଶରେ ବିଫଳ ହେଲା ଲକ୍‌ଡାଉନ। ଏହାର ପ୍ରତିକ୍ରିୟ ଦେବାକୁ ଯାଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ଯେତେବେଳେ କରୋନା ମହାମାରୀର କବଳରେ ପଡି ଜର୍ମାନୀ, ସ୍ପେନ, ବ୍ରାଜିଲ ଭଳି ଦେଶ ବହୁ ଧନ ଜୀବନ ହରାଉଛନ୍ତି ସେପରି ସ୍ଥଳେ ଭାରତର ସ୍ଥିତି ଭଲ ରହିଛି ବୋଲି ଜାଭେଡକର କହିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କୁ ଯେତେବେଳେ କରୋନା ମୁକାବିଲା ଲାଗି ସାରା ବିଶ୍ୱ ପ୍ରଶଂସା କରୁଛି ସେତେବେଳେ କଂଗ୍ରେସର ଏଭଳି ମନ୍ତବ୍ୟ ଦୁଃଖଦାୟକ। ଏହି ସମୟରେ କଂଗ୍ରେସ ରାଜନୀତି କରୁଛି ବୋଲି ଜାଭେଡକର କହିଛନ୍ତି।

Share