ଲକ୍‌ଡାଉନ ବେଳର କଳାକୃତି: ପଥରରେ ଦଶଭୁଜା

କଟକ ଅଫିସ,୩୧।୫: ଲକ୍‌ଡାଉନ୍‌ ବେଳେ ନିହାଣ ମୁନରେ ନିଜ ଚମତ୍କାର କଳା ପ୍ରତିଭା ଦେଖାଇଛନ୍ତି କଟକ ମହାନଦୀ ବିହାର ଅଞ୍ଚଳର ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ତିଆରି କରି ସେ ଲକ୍‌ଡାଉନ୍‌ ଅବସରକୁ ସୃଜନ ସମ୍ଭାରରେ ପରିଣତ କରିଛନ୍ତି। ହିମାଂଶୁ ଜଣେ ଅନ୍ତର୍ଜାତୀୟ ଶିଳ୍ପୀ ଓ ନିଜ କଳାକୃତିକୁ ନେଇ ସେ ଇଟାଲୀ, ସ୍ଲୋଭାନିଆ, ଫ୍ରାନ୍ସ, ଅଷ୍ଟ୍ରିଆ ଭଳି ଦେଶ ବୁଲିଛନ୍ତି।

Share