ଲକ୍‌ଡାଉନ ବେଳେ ଚୋରା ମଦ କାରବାର

ବାହାନଗା, ୧୩ା୪(ଡି.ଏନ.ଏ.)-ଲକଡାଉନ ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳରୁ ହଜାର ହଜାର ଲିଟର ଚୋରା ଦେଶୀ ମଦ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ବାହାନଗା ବ୍ଲକ ପରିବଦା ପଞ୍ଚାୟତ ଖେରଙ୍ଗ ଗ୍ରାମରେ ଚଢାଉ କରିଥିଲେ। ଦୀନବନ୍ଧୁ ମଳିକଙ୍କ ଘରୁ ୨ଶହ ଲିଟର ଜରି ପ୍ୟାକେଟରେ ଭର୍ତ୍ତି ଥିବା ଦେଶୀ ଚୋର ମଦକୁ ଜବତ କରାଯାଇଛି। ତାଙ୍କ ପୁଅ ଭାଗୀରାଥି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବାପ ଦୀନବନ୍ଧୁ ମଳିକ ପୋଲିସ୍‌ ହାତରେ ଧରାପଡିଥିଲେ ା